ରାଜସ୍ଥାନ ରାଜନୀତି : ବିଧାୟକ ଦଳ ବୈଠକ ପରେ ଗେହଲଟ୍ କହିଲେ; ରାଷ୍ଟ୍ରପତି ଭବନ ଯିବୁ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବି ଧାରଣା ଦେବୁ

Advertisment
ରାଜସ୍ଥାନ ରାଜନୀତି : ବିଧାୟକ ଦଳ ବୈଠକ ପରେ ଗେହଲଟ୍ କହିଲେ; ରାଷ୍ଟ୍ରପତି ଭବନ ଯିବୁ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବି ଧାରଣା ଦେବୁ

Image Courtesy of Hindustan Times

ନୂଆଦିଲ୍ଲୀ: ରାଜସ୍ଥାନ ରାଜଭବନ ଲନ୍‌ରେ ଧାରଣା ଦେବାର ଦିନକ‌ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ବିଧାୟକମାନଙ୍କୁ କହିଛନ୍ତି ଯେ, ବିଜେପିର ଷଡ଼ଯନ୍ତ୍ର ବିଫଳ କରିବାକୁ ସେ ଦିଲ୍ଲୀରେ ଥିବା ରାଷ୍ଟ୍ରପତିଙ୍କ ଆବାସିକ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବି ଧାରଣା ଦେବାକୁ ପ୍ରସ୍ତୁତ ଅଛନ୍ତି।

ଆଜି ଅପରାହ୍ଣରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ କଥାକୁ ଉଦ୍ଧୃତ କରି ଜଣେ ବରିଷ୍ଠ ନେତା ଏ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ବିଜେପିର ଷଡ଼ଯନ୍ତ୍ରକୁ ସଫଳ କରାଇ ଦେବୁ ନାହିଁ। ଆବଶ୍ୟକ ପଡ଼ିଲେ ଆମେ ରାଷ୍ଟ୍ରପତି ଭବନ ଯିବୁ ଏବଂ ଯଦି ଆବଶ୍ୟକ ପଡ଼େ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବି ଧାରଣା ଦେବୁ।

publive-image Image Courtesy of Livemint

ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପୁନର୍ବାର ଅନୁରୋଧ କରିବାକୁ ଗେହଲଟ୍ ରାଜଭବନ ଯିବା କାର୍ଯ୍ୟକ୍ରମର କିଛି ସମୟ ପୂର୍ବରୁ ଏପରି ମନ୍ତବ୍ୟ ଦେଇଛନ୍ତି।

ରାଜ୍ୟପାଳ ରାଜ୍ୟ ବିଧାନସଭା ଅଧିବେଶନ ଡାକିବାକୁ ମଞ୍ଜୁରୀ ଦିଅନ୍ତୁ ବୋଲି ଦାବି କରି ଗତକାଲି ଗେହଲଟ୍ ଏବଂ ତାଙ୍କ ବିଧାୟକମାନେ ରାଜଭବନ ଲନ୍‌ରେ ଧାରଣା ଦେଇଥିଲେ।

ଉପରୁ ଚାପ ପଡୁଥିବାରୁ ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକୁ ନାହାନ୍ତି ବୋଲି ଗେହଲଟ୍ ଅଭିଯୋଗ କରିଛନ୍ତି। ସୋମବାର ଦିନ ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe